Loading...
× Browse Ratings About The Program News & Updates Contact Us

News & Updates

07 August 2019

Odisha Star Rating program will help in reducing industrial air pollution in Odisha.

ଡ଼ିଶାର ଭୁବନେଶ୍ୱର, କଟକ, ଅନୁଗୁଳ , ତାଳଚେର, ରାଉରକେଲା ଓ ବାଲେଶ୍ୱର ସହରରେ ବାୟୁପ୍ରଦ୍ୟୁଷଣ ସାଂଘାତିକ ଭାବରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ) ଅନୁସାରେ ଓଡ଼ିଶାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଲା କଳ କାରଖାନାରୁ ବାହାରୁଥିବା ଧୂଆଁ, ଯାନବାହାନ ଜନିତ ପ୍ରଦୁଷଣ ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି ସମୟରେ ହେଉଥିବା ପ୍ରଦୂଷଣ । ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ରୋକିବା ଓ ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ ନାମରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ବିଶେଷଜ୍ଞମାନଙ୍କ ସହାୟତାରେ ପ୍ରସ୍ତୁତ ହେଇଥିବା ଓଡିଶା ଷ୍ଟାର ରେଟିଙ୍ଗ ହେଉଛି ଏକ ତଥ୍ୟ ସାର୍ଵଜନୀକରଣ ବା ଇନଫରମେସନ ଡ଼ିସକ୍ଲୋଜର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉଭୟ ଶିଳ୍ପାନୁଷ୍ଠାନ ଓ ଜନସାଧାରଣଙ୍କ ପାଇଁ ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ, ଓଡିଶା ତରଫରୁ ସଚେତନତା କର୍ମଶାଳାମାନ ବିଭିନ୍ନ ଶିଳ୍ପାଞ୍ଚଳମାନଙ୍କରେ ଆୟୋଜନ କରାଯାଉଛି । ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଓ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହଯୋଗ ପ୍ରଦାନ କରିଛନ୍ତି । ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା ପାଇଁ ଶିଳ୍ପାନୁଷ୍ଠାନମାନଙ୍କର ପରିଦର୍ଶନ ଏବଂ ନିର୍ଗମନ ଯାଞ୍ଚ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ବିଭିନ୍ନ ଅଭିଯାନ ଚଳାଇଛି ।

http://www.moodisha.com/2019/08/07/air-pollution/?fbclid=IwAR36mMHwrXFwqSf_lPsjGQUrEpWtkQJ8TODSR7fTy2dlNztcCer8L2rcmKM