Loading...
× Browse Ratings About The Program News & Updates Contact Us

News & Updates

06 August 2019

Odisha Star Rating Program through disclosure of pollution data is aiming at enhancing environmental performance of industries.

ଭୁବନେଶ୍ୱର(୦୬-୦୮)- ଶିଳ୍ପାନୁଷ୍ଠାନମାନଙ୍କ ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ କରାଇ ସେମାନଙ୍କ ପରିବେଶ ପାରଦର୍ଶିତା କରାଇବା ପାଇଁ ଓଡିଶା ସରକାରଙ୍କ ତରଫରୁ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା| ଓଡ଼ିଶାର ପ୍ରମୁଖ ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ହେଉଥିବା ପ୍ରଦୁଷକ ଗୁଡିକର ମାତ୍ରା ନିରନ୍ତର ଭାବେ ଅନୁଧ୍ୟାନ କରି ଏହି କାର୍ଯ୍ୟକ୍ରମ ସେମାନଙ୍କୁ ୧ ରୁ ୫ ପର୍ଯ୍ୟନ୍ତ ଷ୍ଟାର ପ୍ରଦାନ କରିଥାଏ| ସବୁଠାରୁ ଅଧିକ ପ୍ରଦୁଷକ ନିର୍ଗମନ କରୁଥିବା ଶିଳ୍ପସଂସ୍ଥାକୁ ୧ ଷ୍ଟାର ଓ ସବୁଠାରୁ କମ ନିର୍ଗମନ କରୁଥିବା ସଂସ୍ଥାକୁ ୫ ଷ୍ଟାର ମିଳିଥାଏ| ଏହି କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ” ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ୩ ଟି, ଟିମୱାର୍କ , ଟ୍ରାନ୍ସପରେନ୍ସି(ସ୍ୱଛତା) ଓ ଟେକ୍ନୋଲୋଜି(ଜ୍ଞାନ କୌଶଳ) ଏକ ସଠିକ ସମିଶ୍ରଣ| ସାରା ଭାରତରେ ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହାତକୁ ନିଆ ଯାଇଛି ଏବଂ ଏହା ଜନସାଧାରଣଙ୍କୁ ସେମାନଙ୍କ ଅଂଚଳରେ ଥିବା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ସମ୍ପର୍କରେ ଅବଗତ କରାଇବ|”

http://newssakala.com/pollutioncontrolinformation/